ସିଲଭର୍ ସ୍କ୍ରିନ୍‌ରେ ରୋମାନ୍ସ କରିବେ ସିଦ୍ଧାର୍ଥ-ଜାହ୍ନବୀ, 'ପରମ ସୁନ୍ଦରୀ' ପ୍ରଥମ ଲୁକ୍ ଦେଖି ଫ୍ୟାନ୍ସ ଉତ୍ସାହିତ

Published By : Prameya-News7 Bureau | June 02, 2025 IST

ମୁମ୍ଵାଇ ୦୨।୦୬; ଫ୍ୟାନ୍ସଙ୍କ ଅପେକ୍ଷାର ହେଲା ଅନ୍ତ । ସିଦ୍ଧାର୍ଥ ମଲହୋତ୍ରା ଏବଂ ଜାହ୍ନବୀ କପୁରଙ୍କ ଆଗାମୀ ଫିଲ୍ମ 'ପରମ ସୁନ୍ଦରୀ' ପୂର୍ବରୁ କନଫର୍ମ ହୋଇଥିଲା। ଏହି ଫିଲ୍ମରେ ସିଦ୍ଧାର୍ଥ ଓ ଜାହ୍ନବୀଙ୍କ ଯୋଡ଼ି ପ୍ରଥମ ଥର ପାଇଁ ପରଦାରେ ନଜର ଆସିବ । ଘୋଷଣା ପର ଠାରୁ ଫିଲ୍ମର ଅପଡେଟ ନେଇ ଫ୍ୟାନ୍ସ ଉତ୍ସାହିତ ଥିଲେ । ଏପରି ସମୟରେ ବର୍ତ୍ତମାନ ନିର୍ମାତା ଫିଲ୍ମରୁ ଉଭୟଙ୍କ ପ୍ରଥମ ଲୁକ ରିଲିଜ କରିଛନ୍ତି । ଏହା ସହ ଏହି ରୋମାଣ୍ଟିକ ଫିଲ୍ମର ରିଲିଜ ତାରିଖ ମଧ୍ୟ ଘୋଷଣା କରାଯାଇଛି।

ଫିଲ୍ମ 'ପରମ ସୁନ୍ଦରୀ' ବର୍ଷର ସବୁଠାରୁ ବଡ଼ ରୋମାଣ୍ଟିକ ଡ୍ରାମା ହେବାକୁ ଯାଉଛି । ଫିଲ୍ମରେ, ସିଦ୍ଧାର୍ଥ ପରମ ଚରିତ୍ରରେ ଅଭିନୟ କରୁଥିବା ବେଳେ ଜାହ୍ନବୀ ସୁନ୍ଦରୀ ଭୂମିକାରେ ଅଭିନୟ କରିଛନ୍ତି । ଏହି ଫିଲ୍ମ ଏକ ସୁନ୍ଦର ଉତ୍ତର-ଦକ୍ଷିଣ ପ୍ରେମ କାହାଣୀ ଯାହା ଏକ ଚମତ୍କାର ବ୍ୟାକ୍‌ଗ୍ରାଉଣ୍ଡ ସହିତ ଭାବପ୍ରବଣତା, ଆକର୍ଷଣ ଏବଂ ସୁନ୍ଦର ଦୃଶ୍ୟରେ ପରିପୂର୍ଣ୍ଣ। ପ୍ରଥମ ଫ୍ରେମ୍ ରୁ, ଜାହ୍ନବୀ ଏବଂ ସିଦ୍ଧାର୍ଥଙ୍କ ଲୁକ ଦେଖିବାକୁ ମିଳିଥିବା ବେଳେ ଉଭୟଙ୍କ ରୋମାଣ୍ଟିକ କେମେଷ୍ଟ୍ରି ଦର୍ଶକଙ୍କୁ ଆକର୍ଷିତ କରେ । ଏହା ଉପରେ, ସୋନୁ ନିଗମଙ୍କ କଣ୍ଠରେ ବ୍ୟାକ୍‌ଗ୍ରାଉଣ୍ଡରେ ବାଜୁଥିବା ଗୀତଟି ପ୍ରଶଂସକଙ୍କ ମଧ୍ୟରେ ଫିଲ୍ମକୁ ନେଇ ଉତ୍ସାହକୁ ଶୀର୍ଷରେ ପହଞ୍ଚାଇ ଦେଇଛି। 

ଫିଲ୍ମର ପ୍ରଥମ ଝଲକ ସେୟାର କରିବା ସହିତ, ନିର୍ମାତା ଏହାର ମୁକ୍ତିଲାଭ ତାରିଖ ମଧ୍ୟ ଘୋଷଣା କରିଛନ୍ତି । ଏହା ସେୟାର କରି କ୍ୟାପସନରେ ଲେଖିଛନ୍ତି, " ଏହା ବର୍ଷର ସବୁଠାରୁ ବଡ଼ ପ୍ରେମ କାହାଣୀ ହୋଇଯାଏ । ମ୍ୟାଡକ୍ ଫିଲ୍ମସ୍, ପ୍ରଯୋଜକ ଦିନେଶ ବିଜନଙ୍କ ଦ୍ୱାରା ନିର୍ମିତ ହୋଇଥିବା ବେଳେ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ତୁଷାର ଜଲୋଟା । ଏହି ଫିଲ୍ମ ଆସନ୍ତା ୨୫ ଜୁଲାଇ ୨୦୨୫ରେ ସିନେମା ହଲକୁ ଆସିବ ।" ସେହି ସମୟରେ, ଫିଲ୍ମର ଅନ୍ୟ ଷ୍ଟାରକାଷ୍ଟ ବିଷୟରେ କୌଣସି ସୂଚନା ପ୍ରକାଶ କରାଯାଇ ନାହିଁ । ଟ୍ରେଲର ମୁକ୍ତିଲାଭ ତାରିଖ ଏପର୍ଯ୍ୟନ୍ତ ଘୋଷଣା କରାଯାଇନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.